ଅନୁଗୋଳ ; ୨୯ ଜୁନ୍ ୨୦୨୬: ଅନୁଗୋଳ ଜିନ୍ଦଲ ନଗର ସ୍ଥିତ ଦେବଭୂମି ଶ୍ରୀ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂରତୀଙ୍କ ପବିତ୍ର ଦେବସ୍ନାନ ନୀତି, ଭକ୍ତିଭାବ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଦିବ୍ୟ ଅବସରରେ ଓ.ପି. ଜିନ୍ଦଲ ଗୋଷ୍ଠୀର ଚେୟାରପର୍ସନ୍ ଏମେରିଟସ୍ ଶ୍ରୀମତୀ ସାବିତ୍ରୀ ଜିନ୍ଦଲ ଏବଂ ମନ୍ଦିରର ଆଦ୍ୟ ସେବିକା ତଥା ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଉପସ୍ଥିତ ରହି ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବା ସହ ସେବାର୍ଚ୍ଚନା କରିଥିଲେ। ଜିନ୍ଦଲ ନଗର ଏବଂ ଆଖପାଖ ଗ୍ରାମରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଏହି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଳନରେ ସାମିଲ...






