କେବେ ସମ୍ପୂର୍ଣ୍ଣ ହେବ ତାଳଚେର ବିମଳାଗଡ଼ ରେଳପ୍ରକଳ୍ପ ତାଳଚେର, ୧୯/୦୬ ତାଳଚେର ତାଳଚେର-ବିମଳାଗଡ଼ ରେଳପଥ ପାଇଁ ଅନୁଗୋଳରେ ଜମି ଅଧିଗ୍ରହଣ ସରିଲାଣି । କିନ୍ତୁ ଦେବଗଡ଼ରେ ରେଳବାଇକୁ ଏପର୍ଯ୍ୟନ୍ତ ଜମି ହସ୍ତାନ୍ତର ହୋଇନି । ସୁନ୍ଦରଗଡ଼ରେ ବି ସମାନ ସ୍ଥିତ । ଏହି ପ୍ରକଳ୍ପ ପାଇଁ ପ୍ରାୟ ୯୮୫ ବେସରକାରୀ ଜମି ଆବଶ୍ୟକ ଥିବା ବେଳେ ରେଳବାଇକୁ ମିଳିଛି ମାତ୍ର ୫୫୫ ଏକର ଜମି । ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଏକ ପ୍ରମୁଖ ସମସ୍ୟା ଭାବେ ଛିଡ଼ା ହୋଇଥିବା ବେଳେ ଦେବଗଡ଼ ଓ ସୁନ୍ଦରଗଡ଼ରେ ଲାଗି ରହିଥିବା ସମସ୍ୟା ପାଇଁ ପ୍ରକଳ୍ପ ଆହୁରି ବିଳମ୍ବ ହେବାର ଆଶଙ୍କା ପ୍ରକାଶ...






