ବଅଁରପାଳ,୨୮.୩(ଜାଗ୍ରତ ଭାରତ ନ୍ୟୁଜ୍)- ବଅଁରପାଳ ତହସିଲ କାର୍ଯ୍ୟାଳୟ ସମ୍ମୁଖ ପରିବା ମାର୍କେଟରେ ଚଳିତ ବର୍ଷ ଠାରୁ ପ୍ରଥମ ଥର ପାଇଁ ମା’ ବାସନ୍ତିକ ଦୁର୍ଗାପୂଜା ଆରମ୍ଭ ହୋଇଛି l ଗତ ମଙ୍ଗଳବାର ବହୁ ସଂଖ୍ୟକ ପୁରୁଷ ଓ ମହିଳା ଭକ୍ତ ବ୍ରାହ୍ମଣୀ ନଦୀର ଦାସନାଳୀ ଏନଟେକ ଘାଟରୁ ପୂଜାପାଠ ପୂର୍ବକ କଳସରେ ପବିତ୍ର ଜଳ ସଂଗ୍ରହ କରି ବିରାଟ ଶୋଭାଯାତ୍ରାରେ ଆସି ପୂଜାମଣ୍ଡପରେ ସ୍ଥାପନ କରିବା ପରେ ନୂତନ ମଣ୍ଡପ ପ୍ରତିଷ୍ଠା କରା ଯାଇଥିଲା l ବୁଧବାର ପ୍ରଭାତରୁ ସୂର୍ଯ୍ୟପୂଜା, ମା’ ଙ୍କ ଜୀବନ୍ୟାସ, ଚକ୍ଷୁଦାନ ସହ ରୀତିନୀତି ଅନୁଯାୟୀ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରା ଯାଇଥିଲା l ଶୁକ୍ରବାର ହୋମଯଜ୍ଞ...






