ରାସ୍ତା କଡ ଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର । କାରଣ ଅପଷ୍ଟ।ଧର୍ମଗଡ଼ (ଜାଗ୍ରତ ଭାରତ,)କଳାହାଣ୍ଡି ଜିଲ୍ଲା କେଗାଁ ଥାନା ଅନ୍ତର୍ଗତ ବରାମୁଣ୍ଡ ନିକଟସ୍ଥ ରାସ୍ତା କଡରେ ଥିବା ଶିଶୋ ଗଛରୁ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି କେଗାଁ ପୁଲିସ । ମୃତକ ଜଣକ ହେଲେ ଜୁନାଗଡ଼ ଥାନା ଅନ୍ତର୍ଗତ ଦାବଝରଣ ଗ୍ରାମର ସନ୍ତୟ ଶବରଙ୍କ ପୁଅ ଈଶ୍ୱର ଶବର ବୋଲି ଜଣାପଡିଛି । ସୂଚନାରୁ ପ୍ରକାଶ ଈଶ୍ୱର ଶବର ତାଙ୍କର ମାଉସୀ ଘର ବରାମୁଣ୍ଡ ଗ୍ରାମକୁ ଆସିଥିଲେ । ତାଙ୍କର ମାନସିକ ଦୁର୍ବଳତା ଯୋଗୁଁ ଏପରି ଘଟଣା ଘଟିଛି ବୋଲି ଚର୍ଚ୍ଚା ହେଉଛି । ପରିବାର ଲୋକେ ଖବର...






