
ମହିଳା ସଶକ୍ତିକରଣ ଦିଗରେ ବିଭାଗ ସମଗ୍ର ଦେଶରେ ବିରଳ ଗୌରବ ହାସଲ କରିଛି : ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ ଆର୍ଥିକ ସହାୟତା ଯୋଗାଣ ରାଶି ୧୧ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଏସ୍ଏଚ୍ଜି ବ୍ୟାଙ୍କ ଋଣ କ୍ଷେତ୍ରରେ ଓଡ଼ିଶା ଦେଶର ଏକ ସର୍ବନିମ୍ନ ଏନ୍ପିଏ ରାଜ୍ୟ ଏସ୍ଏଚ୍ଜିମାନଙ୍କ ଦ୍ଵାରା ୧୧୪୭ ଗୋଟି ମିଲେଟ୍ ଉଦ୍ୟୋଗ ପ୍ରତିଷ୍ଠା ଭୁବନେଶ୍ୱର (୨୭ / ୦୫ / ୨୦୨୩) : ଲୋକସେବା ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମିଶନ ଶକ୍ତି ବିଭାଗର ବିଗତ ୪ ବର୍ଷ ମଧ୍ୟରେ କରାଯାଇଥିବା ବିଭିନ୍ନ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ । ବିଭାଗୀୟ ମନ୍ତ୍ରୀ...















