
(ସେଣ୍ଟ ଜାଭିୟର୍ସ ହାଇସ୍କୁଲ ଟପର ଆଶୁତୋଷ ଙ୍କୁ ସମ୍ବର୍ଦ୍ଧନା) ଜଗତସିଂହପୁର ତା =21/5/23 ଚଳିତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ସେଣ୍ଟ ଜାଭିୟର୍ସ ହାଇସ୍କୁଲର ପାସ୍ ହାର ଶତ ପ୍ରତିଶତ ରହିଥିବା ବେଳେ ଏହି ବିଦ୍ୟାଳୟର ଛାତ୍ର ଆଶୁତୋଷ ମହାନ୍ତି ସର୍ବାଧିକ ୯୫% ନମ୍ବର ରଖି ବିଦ୍ୟାଳୟରେ ଟପର ହୋଇଛନ୍ତି। ତେବେ ଆଜି ଜଗତସିଂହପୁର ସାରସ୍ୱତ ପରିଷଦର ସଭାପତି ତଥା ଅବସର ପ୍ରାପ୍ତ ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ ଆଶୁତୋଷ ଙ୍କ ଜୟବଡ଼ ସ୍ଥିତ ବାସଭବନ ରେ ପହଞ୍ଚି ଆଶୁତୋଷ ଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ଉତ୍ସାହିତ କରିଛନ୍ତି। ପ୍ରକାଶ ଥାଉକି, ଜଗତସିଂହପୁର ସାରସ୍ୱତ ପରିଷଦ ପୂଜ୍ୟପୂଜା...















