ସମଲେଶ୍ବରୀ ଓ ଶିବମନ୍ଦିର ପ୍ରତିଷ୍ଠା ପାଇଁ କଳସଯାତ୍ରା ଭଟଲି (ଅଭିମନ୍ୟୁ ପଧାନ ): ଭଟଲି ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ନବନିର୍ମିତ ମା’ ସମଲେଶ୍ଵରୀ ମନ୍ଦିର ଓ ଶିବମନ୍ଦିରର ପ୍ରତିଷ୍ଠା ମହୋତ୍ସବ ପାଇଁ ବୁଧବାର କଳସ ଯାତ୍ରା ଅନୁଷ୍ଠିତ ହୋଇଛି। ପ୍ରଥମେ ଅଙ୍କୁରାରୋପଣ ପରେ ଏକ ଭବ୍ୟ ଶୋଭାଯାତ୍ରା ବାହାରିଥିଲା। ନିକଟସ୍ଥ ପୋଖରୀରୁ ପୂର୍ଣଜଳ କଳସ ଆଣି ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା। ପଣ୍ଡିତ ଶୁକଦେବ ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ପ୍ରତିଷ୍ଠା କର୍ମରେ ପଣ୍ଡିତ ବାଚସ୍ପତି ରଥ, ପଞ୍ଚମ ପୁରୋହିତ, ଅବିନାଶ ରଥ, ସୁବୋଧ ମହାପାତ୍ର, ଶୁଭେନ୍ଦୁ ଆଚାର୍ଯ୍ୟ, ସଂସାର ପଣ୍ଡା, ଆକାଶ ଷଡ଼ଙ୍ଗୀ, ନୀତିଶ ଶତପଥୀ, ବଣ୍ଟି ଦାଶ,...






