
ଅଜଣା ଗାଡ଼ି ଧକ୍କାରେ ରାସ୍ତାକଡ଼କୁ ଖସିପଡିଲା କାର୍ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାରୁ ରାୟଗ଼ଡକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ଛତିକୁଡ଼ା ଛକରୁ କିଡିଙ୍ଗ ପର୍ଯ୍ୟନ୍ତ ରାସ୍ତା ଏବେ ମରଣଯନ୍ତା ପାଲଟିଛି । ଏଇ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ସଂଖ୍ୟା ବଢ଼ି ଚାଲିଥିବାବେଳେ କଳାହାଣ୍ଡି ଜିଲ୍ଲା ପୂର୍ତ୍ତ ବିଭାଗ ନିକଟରେ ବାରମ୍ବାର ଅଭିଯୋଗ କଲେ କେବଳ କ୍ରସରଗୁଣ୍ଡ ପକେଇ ଦାୟିତ୍ବ ସାରିଦେଉଛି । ଏହିପରି ଭାବେ ଆଜି ଦିନ ୧୨ଟା ସମୟରେ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଏକ କାର କିଡିଙ୍ଗ ନିକଟସ୍ଥ ବେହେରା ପୋଲ ନିକଟରେ ରାସ୍ତା ତଳକୁ ଖସି ପଡ଼ିଛି । ଏଥିରେ କାର୍...















