ମାଛ କଣ୍ଟାରୁ ଗଳାରେ ଜଟିଳ ଆବସେସ୍: SLNMCHରେ ସଫଳ ଚିକିତ୍ସା କୋରାପୁଟ: କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ (SLNMCH)ରେ ଏକ ଜଟିଳ ଚିକିତ୍ସା ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି। ଜଣେ ରୋଗୀଙ୍କ ଗଳାରେ ମାଛ କଣ୍ଟା ଫୋଡ଼ି ହୋଇ ଗଳାର ପଛପଟେ ପୂଜ ଜମିଯାଇଥିବା ଜଟିଳ ଅବସ୍ଥାକୁ ଡାକ୍ତରୀ ଦଳ ସଫଳତାର ସହ ଚିକିତ୍ସା କରିଛନ୍ତି। ସୂଚନା ଅନୁସାରେ, ମାଛ କଣ୍ଟା ଗଳାରେ ଅଟକିବା ପରେ ରୋଗୀଙ୍କ ଗଳାର ପଛ ଭାଗରେ ସଂକ୍ରମଣ ହୋଇ ‘ରେଟ୍ରୋଫାରିଞ୍ଜିଆଲ୍ ଆବସେସ୍’ ସୃଷ୍ଟି ହୋଇଥିଲା। ଏହି ଅବସ୍ଥାରେ ଗଳାର ଗଭୀର ଅଂଶରେ ପୂଜ ଜମିଥିବାରୁ ଏହା ଜଟିଳ ରୂପ...






