ଯାତ୍ରୀ ଭିଡ଼ ବଢ଼ିବା ଆଶଙ୍କା: ୫ ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବେ ବଢ଼ିଲା କୋଚ୍ ସଂଖ୍ୟା ଭୁବନେଶ୍ୱର, ୧୯/୦୯: ଆଗାମୀ ଦିନଗୁଡ଼ିକରେ ଯାତ୍ରୀ ଭିଡ଼ ବୃଦ୍ଧିକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ଏକ୍ସପ୍ରେସ ଟ୍ରେନରେ ଅସ୍ଥାୟୀ ଭାବେ ଅତିରିକ୍ତ କୋଚ୍ ସଂଯୋଜନ କରାଯାଉଛି। ଯାତ୍ରୀଙ୍କୁ ଅଧିକ ବର୍ଥ ଉପଲବ୍ଧ କରାଇବା ସହ ଯାତ୍ରାକୁ ସୁବିଧାଜନକ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ରେଳବାଇର ନିଷ୍ପତ୍ତି ଅନୁଯାୟୀ, ୧୨୮୩୭ ହାୱଡ଼ା–ପୁରୀ ଏକ୍ସପ୍ରେସରେ ସେପ୍ଟେମ୍ବର ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଗୋଟିଏ ଅତିରିକ୍ତ ସ୍ଲିପର କ୍ଲାସ୍ କୋଚ୍ ରହିବ। ସେହିପରି ୧୮୦୩୯ ଶାଲିମାର–ପୁରୀ ଏକ୍ସପ୍ରେସରେ ସେପ୍ଟେମ୍ବର ୨୦ ତାରିଖରେ ଗୋଟିଏ ସ୍ଲିପର କ୍ଲାସ୍...






