ଜାତୀୟ ରାଜପଥରେ ଯାତ୍ରୀଙ୍କୁ ବଡ଼ ସୁବିଧା; ଟୋଲ ପ୍ଲାଜାରେ ହେବ ବିଶ୍ୱସ୍ତରୀୟ ଶୌଚାଳୟ ନୂଆଦିଲ୍ଲୀ, ୩୦ ଜୁଲାଇ: ଜାତୀୟ ରାଜପଥରେ ଯାତ୍ରାକୁ ଅଧିକ ସୁବିଧାଜନକ ଓ ସ୍ୱଚ୍ଛ କରିବା ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଦେଶବ୍ୟାପୀ ଏକ ନୂଆ ପଦକ୍ଷେପ ଆରମ୍ଭ କରିଛି। ଏହି ଯୋଜନା ଅନୁଯାୟୀ ଦେଶର ବିଭିନ୍ନ ଟୋଲ ପ୍ଲାଜାରେ ବିଶ୍ୱସ୍ତରୀୟ ସର୍ବସାଧାରଣ ଶୌଚାଳୟ ନିର୍ମାଣ ଓ ପୁରୁଣା ସୁବିଧାର ଆଧୁନିକୀକରଣ କରାଯିବ। ଏହି ପ୍ରକଳ୍ପରେ ସ୍ୱଦେଶୀ ଡିଜାଇନ୍, ପରିବେଶ ଅନୁକୂଳ ନିର୍ମାଣ ପ୍ରଣାଳୀ ଓ ଦୀର୍ଘସ୍ଥାୟୀ ଭିତ୍ତିଭୂମିକୁ ପ୍ରାଥମିକତା ଦିଆଯିବ। ଯାତ୍ରୀମାନଙ୍କୁ ସ୍ୱଚ୍ଛ, ସୁରକ୍ଷିତ ଓ ସହଜରେ ବ୍ୟବହାରଯୋଗ୍ୟ ଶୌଚାଳୟ ସୁବିଧା ଯୋଗାଇବା ସହ...






