ରାଷ୍ଟ୍ରପତିଙ୍କ ସହ ଗ୍ରାସରୁଟ୍ ଇନୋଭେଟରଙ୍କ ସାକ୍ଷାତ: ‘ବିକଶିତ ଭାରତ’ର ମୂଳ ଶକ୍ତି ହେଉଛି ନବସୃଜନ ନୂଆଦିଲ୍ଲୀ, ୩୧ ଜୁଲାଇ: ଦେଶର ତୃଣମୂଳ ସ୍ତରର ନବସୃଜନକୁ ଅଧିକ ଗତି ଦେବା ଦିଗରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ରରେ ଅଟଳ ଇନୋଭେସନ୍ ମିଶନ (AIM)ର ଗ୍ରାସରୁଟ୍ ଇନୋଭେଟରମାନଙ୍କ ସହ ମତବିନିମୟ କରିଛନ୍ତି। ଏହି ଅବସରରେ ସେ ଇନୋଭେଟରମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ଅଭିନବ ଉଦ୍ଭାବନର ପ୍ରଦର୍ଶନୀ ପରିଦର୍ଶନ କରି ସେମାନଙ୍କ କାର୍ଯ୍ୟର ପ୍ରଶଂସା କରିଥିଲେ। ରାଷ୍ଟ୍ରପତି କହିଥିଲେ ଯେ, ଭାରତର ବିଶାଳ ପ୍ରତିଭା ଓ ନବସୃଜନର ମନୋଭାବ ଦେଶକୁ ବିଶ୍ୱରେ ଗ୍ରାସରୁଟ୍ ଇନୋଭେସନ୍ର ଏକ ପ୍ରମୁଖ କେନ୍ଦ୍ରରେ...






