
ଲାଞ୍ଜିପଲ୍ଲୀ ମା ତାରାଦେବୀ ଙ୍କ ଯାତ୍ରାର ଇତିହାସ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଆରୋଧ୍ୟ ଦେବୀ ହେଉଛନ୍ତି ମା ତାରା ଦେବୀ. ମା ଙ୍କ ଯାତ୍ରା ପ୍ରତି ଦୁଇ ବର୍ଷକୁ ଥରେ ହୋଇଥାଏ. ପ୍ରଥମେ ମା ଙ୍କ ଶୁଭ ଖୁଣ୍ଟି ସ୍ଥାପନ କରାଯାଇ ଥାଏ. ପ୍ରବର୍ତ୍ତୀ ମୁହୂର୍ତ୍ତରେ ଏକ ବିରାଟ ପଟୁଆରରେ ମା ଙ୍କୁ ତାରା ଦେବୀ ମନ୍ଦିରରୁ ବାପା ଘରକୁ ଅମନ୍ତ୍ରିତ କରି ଅଣା ଯାଇଥାଏ. ବାପା ଘର ନିକଟରେ ମା ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି. ଏହି ଯାତ୍ରା ପଛରେ ଏକ ଇତିହାସ ରହିଅଛି. ସରଡ଼ାର ନିର୍ବାସିତ ରାଜା ମା କାନ୍ଧୁଣୀ ଦେବୀ ପ୍ରୀତିକୃତି କୁ ଲାଞ୍ଜିପଲ୍ଲୀ ଗ୍ରାମକୁ...















