ପ୍ରେମ ସମ୍ପର୍କକୁ ନେଇ ହତ୍ୟା, ଜଙ୍ଗଲରେ ଲୁଚିଥିବା ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଲା; ୨ ସହଯୋଗୀ ମଧ୍ୟ ଗିରଫ ଅନୁଗୋଳ: ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ବାଲୁଅକଟା ହତ୍ୟାକାଣ୍ଡରେ ପୋଲିସକୁ ମିଳିଛି ବଡ଼ ସଫଳତା। ଘଟଣା ପରେ ଜଙ୍ଗଲରେ ଲୁଚିଥିବା ମୁଖ୍ୟ ଅଭିଯୁକ୍ତ ଜୁଲୁଙ୍କୁ ପୋଲିସ ଗିରଫ କରିଥିବା ବେଳେ, ତାଙ୍କୁ ସହଯୋଗ କରିଥିବା ଅଭିଯୋଗରେ କୃଷ୍ଣ ବାରିକ ଓ ରିତେଶ ସାହୁଙ୍କୁ ମଧ୍ୟ ଧରାଯାଇଛି। ସୂଚନା ଅନୁସାରେ, ଗତ ୧୧ ତାରିଖ ରାତିରେ ପ୍ରେମ ସମ୍ପର୍କକୁ ନେଇ ହେମନ୍ତ ବେହେରା ଓ ଜୁଲୁଙ୍କ ମଧ୍ୟରେ ବଚସା ହୋଇଥିଲା। ବିବାଦ ବଢ଼ିବା ପରେ ଜୁଲୁ ଟାଙ୍ଗିଆରେ ହେମନ୍ତଙ୍କୁ ଆକ୍ରମଣ କରିଥିବା ପୋଲିସ...






