
( ନରେଗା ଯୋଜନାରେ ରାସ୍ତା ନିର୍ମାଣ କରି ପ୍ରାପ୍ୟ ପାଇବାରେ ବିଳମ୍ବ ଯୋଗୁଁ ଲେବର କୋର୍ଟ ର ଆଶ୍ରୟ ନେବେ ବୋଲି ଚେତାବନୀ ଦେଲେ ଶ୍ରମିକ ) ଜଗତସିଂହପୁର ତା =3/7/23 ଜଗତସିଂହପୁର ବ୍ଲକ ପିତେଇପୁର ପଞ୍ଚାୟତ ରେ ନରେଗା ଯୋଜନାରେ ମାସ ମାସ ଧରି ଶତାଧିକ ଶ୍ରମିକ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିଛନ୍ତି |ହେଲେ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମନେ ଉଚିତ ସମୟରେ ଶ୍ରମିକ ମାନଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରୁନଥିବାରୁ ଶ୍ରମିକ ମାନଙ୍କ ମଧ୍ୟ୍ୟ ରେ ବ୍ୟାପକ ଜନ ଅସନ୍ତୋଷ ଦେଖାଦେଇଛି | ଏଥିନେଇ ଶ୍ରମିକ ମନେ ଲେବର କୋର୍ଟ ର ଆଶ୍ରୟ ନେବେ...















