
ଭିନ୍ନକ୍ଷମ ମୁରଲୀ ଭୋଇ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ ଜଗତସିଂହପୁର ତା =10/4/23 ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଚାରିପୋଲିଆ ବାଁବରଡା ଗ୍ରାମର ଭିନ୍ନକ୍ଷମ ମୂରଲୀ ଭୋଇ ଙ୍କୁ ଜଗତସିଂହପୁର ବ୍ଲକ ତରଫରୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି। ମୂରଲୀ ଭୋଇ ଜଣେ ଗରିବ ଦଳିତ ରୋଗାକ୍ରାନ୍ତ ଭିନ୍ନକ୍ଷମ ବୃଦ୍ଧ ଅଟନ୍ତି। ମୁରଲୀ ସ୍ଥାନୀୟ ସଂସ୍କୃତି ଭବନ ସମ୍ମୁଖରେ ଥିବା ମାର୍କେଟ କମ୍ପ୍ଲେକ୍ସ ଦୋକାନ ବାରଣ୍ଡାରେ ରାତ୍ରୀ ଯାପନ କରିବା ସହିତ ଦିନରେ ଭିକ୍ଷା ବୃତ୍ତି କରି ଚଳନ୍ତି । ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ସଂଗଠନ ପକ୍ଷରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ...















